ମୁମ୍ୱାଇ: ବଲିଉଡ଼ ଅଭିନେତା ଭାଇଜାନ ସଲମାନ ଖାନଙ୍କୁ ପୁଣି ହତ୍ୟା ଧମକ ମିଳିଛି। କେହି ଜଣେ ଅଜଣା ବ୍ୟକ୍ତି ତାଙ୍କ କାର ଉଡ଼ାଇ ଦେବା ସହିତ ଘରେ ପଶି ହତ୍ୟା କରିବାକୁ ଧମକ ଦେଇଛି। ଧମକ ନେଇ ହ୍ୱାର୍ଟସପରେ ମେସେଜ ଆସିଛି। ଘଟଣାରେ ପୋଲିସ ମାମଲା ଦାୟର କରିଛି । ତେବେ କିଏ ଏହି ଧମକପୂର୍ଣ୍ଣ ମେସେଜ ପଠାଇଛି ତାହା ଜଣାପଡ଼ିନାହିଁ। ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇ ପକ୍ଷରୁ ପୂର୍ବରୁ ସଲମାନଙ୍କୁ ଏମିତି ଧମକ ଆସିଥିଲା।
ମିଡ଼ିଆ ରିପୋର୍ଟ ଅନୁସାରେ, ମୁମ୍ବାଇ ପରିବହନ ବିଭାଗର ହ୍ୱାର୍ଟ୍ସଅପ ନମ୍ବରରେ ଏକ ମେସେଜ ଆସିଛି। ସଲମାନ ଖାନଙ୍କୁ ଘରେ ପଶି ହତ୍ୟା କରିବାକୁ ଧମକପୂର୍ଣ୍ଣ ମେସେଜ ଆସିଛି। ଏହା ସହିତ ତାଙ୍କ କାରକୁ ବୋମା ପକାଇ ଉଡାଇଦେବାକୁ ମଧ୍ୟ ଧମକ ମିଳିଛି। ବର୍ଲି ପୋଲିସ ଷ୍ଟେସନରେ ଅଜଣା ବ୍ୟକ୍ତିଙ୍କ ବିଷୟରେ ମାମଲା ଦାୟର ହୋଇଛି। ପୋଲିସ ତଦନ୍ତ ଆରମ୍ଭ କରିଛି। ଏହା ପୂର୍ବରୁ ଭାଇଜାନଙ୍କୁ ଅନେକ ଥର ହତ୍ୟା ଧମକ ମିଳିଛି। ୨୦୧୮ରୁ ୨୦୨୪ ମଧ୍ୟରେ ୯ ଥର ଧମକପୂର୍ଣ୍ଣ ମେସେଜ ଆସିଛି।