LevLiveOdiaLevLiveOdiaLevLiveOdia
  • Home
  • ରାଜ୍ୟ
  • ରାଜନୀତି
  • ମନୋରଞ୍ଜନ
  • ବାଣିଜ୍ୟ
  • ଅପରାଧ
  • ବିଶେଷ
  • ଦେଶ-ବିଦେଶ
  • ଖେଳ
  • ଜୀବନଚର୍ଯ୍ୟା
Reading: ଶ୍ରାଦ୍ଧ ବାର୍ଷିକୀରେ ମନେ ପଡୁଛନ୍ତି ସୁଶାନ୍ତ ସିଂ ରାଜପୁତ
Share
Notification Show More
Font ResizerAa
Font ResizerAa
LevLiveOdiaLevLiveOdia
  • Home
  • ରାଜ୍ୟ
  • ରାଜନୀତି
  • ମନୋରଞ୍ଜନ
  • ବାଣିଜ୍ୟ
  • ଅପରାଧ
  • ବିଶେଷ
  • ଦେଶ-ବିଦେଶ
  • ଖେଳ
  • ଜୀବନଚର୍ଯ୍ୟା
Follow US
ମନୋରଞ୍ଜନ

ଶ୍ରାଦ୍ଧ ବାର୍ଷିକୀରେ ମନେ ପଡୁଛନ୍ତି ସୁଶାନ୍ତ ସିଂ ରାଜପୁତ

Levlive Odia
Last updated: June 14, 2023 6:32 pm
Levlive Odia
2 years ago
Share
SHARE

ବଲିଉଡର ଜଣେ ଆଗଧାଡିର ନାୟକ ସୁଶାନ୍ତ ସିଂହ ରାଜପୁତଙ୍କର ଆଜି ତୃତୀୟ ଶ୍ରାଦ୍ଧ ବାର୍ଷିକୀ । ଟେଲିଭିଜନ ଦୁନିଆରୁ ସିନେମା ପର୍ଯ୍ୟନ୍ତ ସବୁଠି ନିଜ ଅଭିନୟର ଯାଦୁ ଦେଖାଇ ସାରିଛନ୍ତି ସୁଶାନ୍ତ । ‘ପବିତ୍ର ରିସ୍ତା’ରେ ‘ମାନବ’ ହେଉ କି ‘ଏମ.ଏସ ଧୋନୀ-ଦ ଅନଟୋଲ୍ଡ ଷ୍ଟୋରୀ’ରେ ଧୋନୀଙ୍କ ଚରିତ୍ର, ସୁଶାନ୍ତ ସବୁଠି ନିଖୁଣ ଅଭିନୟରେ ଦର୍ଶକଙ୍କ ମନକୁ ଛୁଇଁ ପାରିଛନ୍ତି । କିନ୍ତୁ ବ୍ୟକ୍ତିଗତ ସମସ୍ୟା ଯୋଗୁଁ ସେ ୨୦୨୦ ମସିହା ଜୁନ ୧୪ ତାରିଖରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ତେବେ ଆଜି ତାଙ୍କର ଶ୍ରାଦ୍ଧବାର୍ଷିକୀରେ ତାଙ୍କୁ ଝୁରୁଛନ୍ତି ପରିବାର ଲୋକ ଏବଂ ତାଙ୍କର ପ୍ରଶଂସକ ।

ସୁଶାନ୍ତ ସିଂହ ରାଜପୁତଙ୍କ ଶ୍ରାଦ୍ଧବାର୍ଷିକୀରେ ଭଉଣୀ କିର୍ତ୍ତୀ ଏକ ଇମୋସନାଲ ଭିଡିଓ ପୋଷ୍ଟ କରି ତାଙ୍କୁ ମନେ ପକାଇଛନ୍ତି । ତାଙ୍କର ଏହି ଭିଡିଓ ଅନେକ ଲୋକ ଖୁବ ପସନ୍ଦ କରିଥିବା ବେଳେ ଖୁବ ଇମୋସନାଲ ହୋଇଛନ୍ତି ସୁଶାନ୍ତଙ୍କ ପ୍ରଶଂସକ । ଇନଷ୍ଟାଗ୍ରାମରେ କିର୍ତ୍ତୀ ଅପଲୋଡ କରିଥିବା ଏହି ଭିଡିଓରେ ଫ୍ୟାନ୍ସମାନଙ୍କୁ ଅପିଲ କରି କହିଛନ୍ତି ଯେ, ସୁଶାନ୍ତ ମରିନାହାନ୍ତି, ସେ କୁଆଡେ ବି ଯାଇ ନାହାନ୍ତି, ବରଂ ସେ ଆମମାନଙ୍କ ଭିତରେ ବଞ୍ଚି ରହିଛନ୍ତି । ସେ କହିଛନ୍ତି ଯେ, ଯଦି ଆମକୁ ସୁଶାନ୍ତଙ୍କୁ ଜୀବିତ ରଖିବାକୁ ଚାହୁଁଛନ୍ତି, ତେବେ ଆମକୁ ତାଙ୍କର ଗୁଣ, ସଚ୍ଚୋଟତା ଏବଂ ନିର୍ମଳ ହୃଦୟକୁ ଆଣେଇବା ଉଚିତ । କିର୍ତ୍ତୀଙ୍କର ଏହି ଭିଡିଓ ସୁଶାନ୍ତଙ୍କ ଫ୍ୟାନ୍ସମାନଙ୍କୁ ଭାବୁକ କରି ଦେଇଛି । ତାଙ୍କ ବ୍ୟତୀତ ସୁଶାନ୍ତଙ୍କ ବନ୍ଧୁ ରିୟା ଚକ୍ରବର୍ତ୍ତୀ ମଧ୍ୟ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି । ତେବେ ଏହି ଭିଡିଓରେ ସୁଶାନ୍ତଙ୍କ ପ୍ରଶଂସକମାନେ ତାଙ୍କୁ ଖୁବ ଗାଳି କରିବା ସହ ସମାଲୋଚନା କରିଥିବା ଦେଖାଦେଇଛି । ୩ ବର୍ଷ ତଳେ ସୁଶାନ୍ତ ଆଜିର ଦିନରେ ପ୍ରାଣ ହରାଇଥିଲେ । ତେବେ ଏହି ମାମଲାକୁ ପୋଲିସ ଆତ୍ମହତ୍ୟା ବୋଲି କହିଥିବା ବେଳେ ରିୟାଙ୍କୁ ପରିବାର ଲୋକ ଦୋଷୀ ବୋଲି ଅଭିଯୋଗ କରିଥିଲେ । ତେବେ ଏହି ଘଟଣାକୁ ନେଇ ଏବେ ପର୍ଯ୍ୟନ୍ତ ତଦନ୍ତ ଜାରି ରହିଛି ।

You Might Also Like

ପୁଣି ରିଲିଜ ହେବ ‘ଏମଏସ ଧୋନି: ଦି ଅନଟୋଲ୍ଡ ଷ୍ଟୋରୀ’

ଡିସେମ୍ବର ୫ରେ ପୁଷ୍ପା-୨: ଦି ରୁଲ୍

ବହୁତ ଖୁସି ଅନୁଭବ :୧୦ବର୍ଷର ମିଛ ବିବାହ ବନ୍ଧନରେ ପଡିଲା ପୂର୍ଣ୍ଣଛେଦ

କପିଲ ଶର୍ମା-ହୁମା କୁରେଶି-ହିନା ଖାନ୍‌ଙ୍କୁ ED ନୋଟିସ

ଇତିହାସ ରଚିଲେ ଶାହରୁଖ ଖାନ

TAGGED:sushant singh rajput
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Follow US

Find US on Social Medias
FacebookLike
XFollow
YoutubeSubscribe
TelegramFollow

Weekly Newsletter

Subscribe to our newsletter to get our newest articles instantly!
[mc4wp_form]
Popular News
ରାଜ୍ୟ

ଛତିଶଗଡ଼ର ବିଜାପୁରରେ ଏନକାଉଣ୍ଟର: ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨୨ ମାଓବାଦୀ

Levlive Odia
Levlive Odia
4 months ago
୩ ଯୋଦ୍ଧାଙ୍କୁ ହରାଇଲା ଦେଶ
ଡୋନାଲ୍ଡ ଟ୍ରମ୍ପଙ୍କୁ ଗୁଳି ମାଡ଼
ବିଧାନସଭା ପ୍ରେସ୍ ଗ୍ୟାଲେରୀରେ ମୋବାଇଲ୍ ମନା, ଗାନ୍ଧି ମୂର୍ତ୍ତି ତଳେ ଧାରଣା ଦେଲେ ସାମ୍ବାଦିକ
ଛାଡ଼ନ୍ତୁ ଏ ସବୁ ବଦ୍‌ ଅଭ୍ୟାସ୍, ନହେଲେ କିଡ୍‌ନୀ ଫେଲ୍ ହୋଇଯିବ
- Advertisement -
Ad imageAd image
Global Coronavirus Cases

Confirmed

0

Death

0

More Information:Covid-19 Statistics

About US

LevLiveOdia
Lev Live Odia serves multiple purposes, from keeping people informed about the latest news and events to providing a platform for discussion and debate on important issues.
Quick Link
  • Aadhaar Online Services
  • Odisha Electric Vehicle Subsidy Apply
  • Odisha Police Portal
  • Odisha Emergency Numbers
  • Train Ticket Online
Top Categories
  • ରାଜ୍ୟ
  • ରାଜନୀତି
  • ବାଣିଜ୍ୟ
  • ଅପରାଧ
  • ଜୀବନଚର୍ଯ୍ୟା
  • ମନୋରଞ୍ଜନ

Subscribe US

Subscribe to our newsletter to get our newest articles instantly!

[mc4wp_form]
© Copyright 2023 LEV Live Odia. All right reserved.
Designed by Web Odisha