ନୟାଗଡ଼ ଜିଲ୍ଲାର ବହୁଚର୍ଚ୍ଚିତ ପରୀ ହତ୍ୟା ମାମଲାରେ ଆସିଛି ଏକ ବଡ଼ ଅପଡେଟ୍ । ପରୀ ମାମଲାକୁ ନେଇ ୨୦୨୦ରେ ରାଜ୍ୟରେ ହଇଚଇ ହୋଇଥିଲା। ଘର ସାମ୍ନାରେ ଖେଳୁଥିବା ବେଳେ ପରୀ ନିଖୋଜ ହୋଇଥିଲା। ନିଖୋଜର ୧୦ ଦିନ ପରେ ପରୀର ଗଳିତ ଦେହାବଶେଷ ମିଳିଥିଲା। ଏକ ଅଖା ବସ୍ତାରୁ ଦେହାବଶେଷ, ହାଡ଼ ଉଦ୍ଧାର କରାଯାଇଥିଲା। କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିଥିଲା। ବର୍ତ୍ତମାନ ଅନେକ ସଂଘର୍ଷ ପରେ ଏହି ମାମଲାରେ ଦୋଷୀ ବିରୋଧରେ ୨୦ ବର୍ଷର ଜେଲଦଣ୍ଡାଦେଶ ଶୁଣାଣି ହୋଇଛି । ଜେଲଦଣ୍ଡ ସହିତ ଜରିମାନା ଆଦେଶ ଦେଇଛନ୍ତି ନୟାଗଡ଼ ଚିଲଡ୍ରେନ୍ କୋର୍ଟ । ୨୦୨୦ ମସିହାରେ ଘଟିଥିବା ଏହି ହତ୍ୟାକାଣ୍ଡର ଅପରାଧୀକୁ ଦଣ୍ଡ ଦେବାକୁ ଅନେକ କଷ୍ଟ ସହିଥିଲେ ପରୀର ପିତା ମାତା। MA ଡିଗ୍ରିଧାରୀ ଅଟୋ ଚାଳକ ଅଶୋକ ସାହୁ ଏବଂ ପତ୍ନୀ ସୌଦାମିନୀଙ୍କ ଏକମାତ୍ର ସନ୍ତାନ ଥିଲା ପରୀ। ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ନେଇ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିଲେ । ଏହି ନିଷ୍ପତିକୁ ନେଇ ପରୀ ପରିବାର ପକ୍ଷରୁ ସ୍ୱାଗତ କରାଯାଇଥିଲା । ଏହି ଘଟଣାର ୩୪ ଜଣ ସନ୍ଦିଗ୍ଧଙ୍କୁ ପଚରାଉଚରା କରାଯିବା ସହିତ ୪ ଜଣଙ୍କ ପଲିଗ୍ରାଫ ଟେଷ୍ଟ କରାଯାଇଥିଲା । ପ୍ରଥମେ ପୋଲିସ ପକ୍ଷରୁ ମାମଲା ରୁଜୁ କରାଯାଇଥିବା ତଦନ୍ତ କରାଯାଇଥିଲା ।