LevLiveOdiaLevLiveOdiaLevLiveOdia
  • Home
  • ରାଜ୍ୟ
  • ରାଜନୀତି
  • ମନୋରଞ୍ଜନ
  • ବାଣିଜ୍ୟ
  • ଅପରାଧ
  • ବିଶେଷ
  • ଦେଶ-ବିଦେଶ
  • ଖେଳ
  • ଜୀବନଚର୍ଯ୍ୟା
Reading:  ଆଜି ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀର ଅନ୍ତିମ ଦିନ
Share
Notification Show More
Font ResizerAa
Font ResizerAa
LevLiveOdiaLevLiveOdia
  • Home
  • ରାଜ୍ୟ
  • ରାଜନୀତି
  • ମନୋରଞ୍ଜନ
  • ବାଣିଜ୍ୟ
  • ଅପରାଧ
  • ବିଶେଷ
  • ଦେଶ-ବିଦେଶ
  • ଖେଳ
  • ଜୀବନଚର୍ଯ୍ୟା
Follow US
ରାଜ୍ୟ

 ଆଜି ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀର ଅନ୍ତିମ ଦିନ

Levlive Odia
Last updated: February 5, 2024 11:48 am
Levlive Odia
1 year ago
Share
SHARE

 ଆଜି ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀର ଅନ୍ତିମ ଦିନ। ତିନିଦିନିଆ ମହାଉତ୍ସବର ଶେଷ ଦିନରେ ଅନେକ ଗୁରୁତ୍ବପୂର୍ଣ୍ଣ ଅଧିବେଶନ ରହିଛି। ଆଦିକବି ଶାରଳା ଦାସ କକ୍ଷରେ ଆଜି ୨୦୩୬ରେ ଓଡ଼ିଶା ନବଦିଗନ୍ତର ସମ୍ଭାବନା ପ୍ରସଙ୍ଗରେ ଆଲୋଚନା ହେବ। ସେହିପରି ଅତିବଡ଼ି ଜଗନ୍ନାଥ ଦାସ କକ୍ଷରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଯୁଗରେ ଓଡ଼ିଆ ଭାଷା, ଆହ୍ବାନ ଏବଂ ଭବିଷ୍ୟତ ସମ୍ପର୍କରେ ଆଲୋଚନା କରାଯିବ।ସେହିପରି କବିସମ୍ରାଟ ଉପେନ୍ଦ୍ର ଭଞ୍ଜ କକ୍ଷରେ ସଂସ୍କୃତି ଏବଂ ଐତିହ୍ୟ, ରାଜ୍ୟର ସୁକ୍ଷ୍ମଶକ୍ତି, ବ୍ଯାସକବି ଫକୀରମୋହନ ସେନାପତି କକ୍ଷରେ ଅନୁବାଦ, ଓଡ଼ିଆରୁ ଏବଂ ଓଡ଼ିଆକୁ ଏବଂ ପ୍ରକୃତି କବି ଗଙ୍ଗାଧର ମେହେର ସମ୍ବର୍ଦ୍ଧନା କକ୍ଷରେ ବିଜ୍ଞାନର ଭାଷା ଭାବେ ଓଡ଼ିଆ ପ୍ରସଙ୍ଗରେ ସାରଗର୍ଭ ଆଲୋଚନା କରାଯିବ।

ଏହା ସହ ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ଲିପିର ସୁଦୀର୍ଘ ପରମ୍ପରା ଓ ଇତିହାସକୁ ନେଇ ପ୍ରାୟ ୨୫୦ ପୃଷ୍ଠା ସମ୍ବଳିତ ଏକ ଆଧୁନିକ ଚିତ୍ରପୋଥି ପ୍ରକାଶ ପାଉଛି। ପ୍ରଥମ ଥର ପାଇଁ ଗୋଟିଏ ଭାଷାର ଜୟଯାତ୍ରାକୁ ନେଇ ପ୍ରସ୍ତୁତ ଏ ଦ୍ବିଭାଷୀ ପୁସ୍ତକ ଉନ୍ମୋଚନ ହେବ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବର୍ଣ୍ଣାଢ଼୍ୟ ମହାକୁମ୍ଭର ଉଦଘାଟନ କରିଥିଲେ। ଏହି ସମ୍ମିଳନୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଶିଷ୍ଟ ଭାଷାବିତ୍ ପଦ୍ମଶ୍ରୀ ଡକ୍ଟର ଦେବୀପ୍ରସନ୍ନ ପଟ୍ଟନାୟକଙ୍କୁ ଓଡ଼ିଆ ଭାଷା ଉପରେ ତାଙ୍କର ଉଚ୍ଚକୋଟୀର ଗବେଷଣା ଦିଗରେ ଜୀବନ ବ୍ୟାପୀ ସାଧନାର ସ୍ୱୀକୃତି ସ୍ଵରୂପ ତାଙ୍କୁ ବିଶ୍ଵ ଓଡ଼ିଆ ସମ୍ମାନରେ ସମ୍ମାନିତ କରିଥିଲେ। ପୁରସ୍କାର ବାବଦରେ ତାଙ୍କୁ କୋଡ଼ିଏ ଲକ୍ଷ ଟଙ୍କା ଓ ମାନପତ୍ର ପ୍ରଦାନ କରାଯାଇଥିଲା।

You Might Also Like

ଋଣ କରାଇଦେବା ପାଇଁ ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଜିଲ୍ଲା ଶିଳ୍ପ କେନ୍ଦ୍ରର ମହାପ୍ରବନ୍ଧକ

ଭିଜିଲାନ୍ସ ଜାଲରେ ଏଆରଆଇ, ୨୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରିଲା ଭିଜିଲାନ୍ସ

ଜୁଲାଇ ୨୨ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି

ଓଡ଼ିଶା ଗସ୍ତରେ ଆସୁଛନ୍ତି ଜେପି ନଡ୍ଡା

୪ ଦିନ ମଧ୍ୟରେ ସମ୍ପୂର୍ଣ୍ଣ ଓଡ଼ିଶାକୁ ଛୁଇଁବ ମୌସୁମୀ

Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Follow US

Find US on Social Medias
FacebookLike
XFollow
YoutubeSubscribe
TelegramFollow

Weekly Newsletter

Subscribe to our newsletter to get our newest articles instantly!
[mc4wp_form]
Popular News
ରାଜ୍ୟ

ଭୁଶୁଡ଼ୁଛି କି ଓଡ଼ିଶାର ଉଚ୍ଚଶିକ୍ଷା?

Levlive Odia
Levlive Odia
2 years ago
ଚଳିତ ବର୍ଷ ଉଭୟ ଉପର ଏବଂ ତଳ ପଡିଆରେ ବାଲିଯାତ୍ରା ପାଇଁ ହାଇକୋର୍ଟଙ୍କ ଅନୁମତି
ରିଓ କପାଡିଆଙ୍କ ଦେହାନ୍ତ
ସିସିଟିଭି ନଜରରେ ରହିବ ରତ୍ନଭଣ୍ଡାର ଅଳଙ୍କାର , ସନ୍ଧ୍ୟା ସୁଦ୍ଧା ଅଳଙ୍କାରର ହେବ ସ୍ଥାନାନ୍ତର । ସୂଚନା ଦେଲେ ଗଜପତି ମହାରାଜା ।
ଭିଜିଲାନ୍ସ ଜାଲରେ ନୀଳଗିରି ଡେପୁଟି କଲେକ୍ଟର
- Advertisement -
Ad imageAd image
Global Coronavirus Cases

Confirmed

0

Death

0

More Information:Covid-19 Statistics

About US

LevLiveOdia
Lev Live Odia serves multiple purposes, from keeping people informed about the latest news and events to providing a platform for discussion and debate on important issues.
Quick Link
  • Aadhaar Online Services
  • Odisha Electric Vehicle Subsidy Apply
  • Odisha Police Portal
  • Odisha Emergency Numbers
  • Train Ticket Online
Top Categories
  • ରାଜ୍ୟ
  • ରାଜନୀତି
  • ବାଣିଜ୍ୟ
  • ଅପରାଧ
  • ଜୀବନଚର୍ଯ୍ୟା
  • ମନୋରଞ୍ଜନ

Subscribe US

Subscribe to our newsletter to get our newest articles instantly!

[mc4wp_form]
© Copyright 2023 LEV Live Odia. All right reserved.
Designed by Web Odisha