LevLiveOdiaLevLiveOdiaLevLiveOdia
  • Home
  • ରାଜ୍ୟ
  • ରାଜନୀତି
  • ମନୋରଞ୍ଜନ
  • ବାଣିଜ୍ୟ
  • ଅପରାଧ
  • ବିଶେଷ
  • ଦେଶ-ବିଦେଶ
  • ଖେଳ
  • ଜୀବନଚର୍ଯ୍ୟା
Reading: ବାଲେଶ୍ଵରରୁ ଉଦ୍ଧାର ହେଲା ଅପହୃତ ଶିଶୁପୁତ୍ର: ଚୋର ଗିରଫ
Share
Notification Show More
Font ResizerAa
Font ResizerAa
LevLiveOdiaLevLiveOdia
  • Home
  • ରାଜ୍ୟ
  • ରାଜନୀତି
  • ମନୋରଞ୍ଜନ
  • ବାଣିଜ୍ୟ
  • ଅପରାଧ
  • ବିଶେଷ
  • ଦେଶ-ବିଦେଶ
  • ଖେଳ
  • ଜୀବନଚର୍ଯ୍ୟା
Follow US
ରାଜ୍ୟ

ବାଲେଶ୍ଵରରୁ ଉଦ୍ଧାର ହେଲା ଅପହୃତ ଶିଶୁପୁତ୍ର: ଚୋର ଗିରଫ

Levlive Odia
Last updated: April 15, 2025 4:53 pm
Levlive Odia
3 months ago
Share
SHARE

ଭୁବନେଶ୍ୱର: ରାଜଧାନୀରୁ ଅପହୃତ ଶିଶୁପୁତ୍ର ଉଦ୍ଧାର। ଦୀର୍ଘ ୩୬ ଘଣ୍ଟା ପରେ ବାଲେଶ୍ଵରରୁ ଉଦ୍ଧାର କଲା କମିଶନରେଟ୍ ପୋଲିସ। ପିଲା ଚୋରକୁ ଗିରଫ କରାଯାଇଛି। ଶିଶୁପୁତ୍ରକୁ ଏବେ ଭୁବନେଶ୍ଵର ଅଣାଯାଉଛି। ଅଙ୍ଗ ତସ୍କରୀ ପାଇଁ ଶିଶୁ ଚୋରି ହୋଇଥିବା ଜଣାପଡ଼ିଛି। ଛୁଆକୁ ରଖିଥିବା ଅଭିଯୋଗରେ ଖନ୍ତାପଡ଼ା ଥାନା ବୋଇତା ଗାଁର ଜେଲମ୍ ରାଣୀ ପଣ୍ଡା ନାମକ ଜଣେ ମହିଳା ଅଟକ ଅଛନ୍ତି। ଉକ୍ତ ମହିଳାଙ୍କ ନିଜ ଛୁଆ କିଡନୀ ରୋଗରେ ଆକ୍ରାନ୍ତ ହୋଇଛି। ତେଣୁ କିଡନୀ ପାଇଁ ଅପହରଣକାରୀକୁ ସୁପାରୀ ଦେଇଥିଲେ ମହିଳା।

ସୂଚନାନୁଯାୟୀ, ସ୍ଵାମୀ ପରିତ୍ୟକ୍ତା ଦୃଷ୍ଟିବାଧିତ ଜୟନ୍ତୀ ମଲ୍ଲିକ ନୀଳାଦ୍ରିବିହାର କନ୍ୟାଶ୍ରମରେ ରହୁଥିଲେ । ତାଙ୍କର ଗୋଟିଏ ୭ ବର୍ଷର ଝିଅ ଓ ଦେଢ ବର୍ଷର ପୁଅ ଅଛନ୍ତି । ସେ ଦୀର୍ଘ ୫ ବର୍ଷ ଧରି ରାମ ମନ୍ଦିର ସମ୍ମୁଖ ଫୁଟ୍‌ପାଥରେ ଭିକ୍ଷାବୃତ୍ତି କରି ଆସୁଛନ୍ତି । ରାତି ହେଲେ ଘରକୁ ପଳାନ୍ତି । ଶନିବାର ଅପରାହ୍ଣରେ ବର୍ଷା ହେବାରୁ ସେ ଆଉ ଘରକୁ ଫେରିପାରି ନଥିଲେ । ଦୁଇ ଛୁଆଙ୍କୁ ଧରି ରାମ ମନ୍ଦିର ସମ୍ମୁଖ ଫୁଟ୍‌ପାଥରେ ଶୋଇ ପଡ଼ିଥିଲେ । ରାତି ୧୨ଟାରୁ ୨ଟା ମଧ୍ୟରେ ଜଣେ ବ୍ୟକ୍ତି ଆସି ସେଠାରେ ପହଞ୍ଚି ଜୟନ୍ତୀଙ୍କ ପୁଅ ସହିତ ଖେଳାଖେଳି କରିଥିଲେ । ଏହି ସମୟ ମଧ୍ୟରେ ଜୟନ୍ତୀଙ୍କ ଆଖି ଲାଗି ଯାଇଥିଲା । ରାତି ପ୍ରାୟ ୩ଟାରେ ସେ ଦେଖିବାବେଳକୁ ତାଙ୍କ ପୁଅ କୋଳରେ ନାହିଁ । ଶେଷରେ ଅନ୍ୟ ଉପାୟ ହୋଇ ଖାରବେଳନଗର ଥାନାରେ ଅଭିଯୋଗ କରିଥିଲେ। ଏହାପରେ ଟେକ୍ନିକାଲ ଇଣ୍ଟେଲିଜେନ୍ସ ଟିମ୍‌ ଶିଶୁପୁତ୍ରକୁ ଖୋଜିବା ଆରମ୍ଭ କରିଥିଲା। ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି ଫୁଟେଜକୁ ନେଇ ସେମାନେ ତଦନ୍ତ ଚଳାଇଥିଲେ। ସେପଟେ ଅପହର୍ତ୍ତା ଶିଶୁପୁତ୍ରକୁ ନେଇ ରାଜ୍ୟ ବାହାରକୁ ପଳାଇଥିବା ସନ୍ଦେହରେ ଏକ ଟିମ୍‌ ରାଜ୍ୟ ବାହାରକୁ ଯାଇଥିଲା। ଏହି ଅପହରଣ ପଛରେ ଜୟନ୍ତୀଙ୍କ ସ୍ୱାମୀଙ୍କର ହାତ ଥାଇପାରେ ବୋଲି ସନ୍ଦେହ କରାଯାଉଛି । ତେଣୁ ସେ ଦିଗରେ ମଧ୍ୟ ପୁଲିସ ତଦନ୍ତ କରୁଛି । ତାଙ୍କ ସ୍ୱାମୀଙ୍କୁ ପୁଲିସ ଖୋଜାଖୋଜି କରୁଥିଲେ ମଧ୍ୟ ପତ୍ତା ମିଳୁନି । କିଏ ଓ କାହିଁକି ଜଣେ ସ୍ୱାମୀ ପରିତ୍ୟକ୍ତା ଦୃଷ୍ଟିବାଧିତ ଭିକ୍ଷୁକ ମା’କୋଳରୁ ଦେଢ଼ବର୍ଷର ଶିଶୁପୁତ୍ରକୁ ଅପହରଣ କରିନେଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

You Might Also Like

କୋଭିଡ଼-୧୯ ଭାକ୍ସିନ କୁ ଫେରାଇନେବ କମ୍ପାନୀ

ବଦଳିଲେ କଟକ ଜିଲ୍ଲାପାଳ

ଆଜି ନାମାଙ୍କନ ଭରିବେ ନବୀନ

ଉପବାସ କରି ପଶ୍ଚାତାପ କରିବେ ସମ୍ବିତ

କନ୍ଧମାଳରେ ମାଓବାଦୀ ଏବଂ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ

Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Follow US

Find US on Social Medias
FacebookLike
XFollow
YoutubeSubscribe
TelegramFollow

Weekly Newsletter

Subscribe to our newsletter to get our newest articles instantly!
[mc4wp_form]
Popular News
ରାଜ୍ୟ

ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

Levlive Odia
Levlive Odia
2 years ago
ପୁରୀ ବେଳାଭୂମି ଓ ପୌରାଞ୍ଚଳରେ ଖୋଲିବନି ମଦ କ୍ୟାବିନ୍‌‌
ଆନ୍ଦୋଳନରୁ ଓହରିଲା ଓଡ଼ିଶା ପରିବହନ ଶ୍ରମିକ ମହାସଂଘ
ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ ସୁନ୍ଦରଗଡ଼ ବଣାଇ ITDA PA ବିଶ୍ଵଦର୍ଶୀ ସାହୁ
ପୁରୀକୁ ଗଡିଲା ଜଗନ୍ନାଥ ଏକ୍ସପ୍ରେସ୍ ବସ୍
- Advertisement -
Ad imageAd image
Global Coronavirus Cases

Confirmed

0

Death

0

More Information:Covid-19 Statistics

About US

LevLiveOdia
Lev Live Odia serves multiple purposes, from keeping people informed about the latest news and events to providing a platform for discussion and debate on important issues.
Quick Link
  • Aadhaar Online Services
  • Odisha Electric Vehicle Subsidy Apply
  • Odisha Police Portal
  • Odisha Emergency Numbers
  • Train Ticket Online
Top Categories
  • ରାଜ୍ୟ
  • ରାଜନୀତି
  • ବାଣିଜ୍ୟ
  • ଅପରାଧ
  • ଜୀବନଚର୍ଯ୍ୟା
  • ମନୋରଞ୍ଜନ

Subscribe US

Subscribe to our newsletter to get our newest articles instantly!

[mc4wp_form]
© Copyright 2023 LEV Live Odia. All right reserved.
Designed by Web Odisha