ସାରା ଦେଶରେ ଲୋକମାନେ ଶାହରୁଖ ଖାନଙ୍କ ‘ଜବାନ’କୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ନିକଟରେ ଲଞ୍ଚ୍ ହୋଇଥିବା ଏହାର ଟ୍ରେଲର ଏହି ଉତ୍ସାହକୁ ଆହୁରି ବଢେଇଦେଇଛି। ଫିଲ୍ମର ଟ୍ରେଲରକୁ ନେଇ ଲୋକମାନେ ମିଶ୍ର ପ୍ରତିକ୍ରିୟା ଦେଉଛନ୍ତି, କିନ୍ତୁ ଅଧିକାଂଶ ପ୍ରଶଂସକ ‘ଜବାନ’ ପାଇଁ ବହୁତ ଉତ୍ସାହିତ ଅଛନ୍ତି।
ଏହି ଚଳଚ୍ଚିତ୍ରଟି ୭ ସେପ୍ଟେମ୍ବରରେ ଦେଶର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ପ୍ରସ୍ତୁତ ହେଉଛି ଏବଂ ଏହା ପରଦାକୁ ଆସିବା ପୂର୍ବରୁ ଜବରଦସ୍ତ ବୁକିଂ ପାଇବାରେ ଲାଗିଛି। ଏହି ସମୟରେ, ଫିଲ୍ମ ଟ୍ରେଡ୍ ଆନାଲିଷ୍ଟ୍ ମନୋବାଲା ବିଜୟବାଲାନ ଭାରତରେ ‘ଜୱାନ’ର ଅଗ୍ରୀମ ବୁକିଂ ସମ୍ବନ୍ଧରେ ଏକ ନୂଆ ଏବଂ ପ୍ରଥମ ଅପଡେଟ୍ ଦେଇଛନ୍ତି।
ଗତ ସପ୍ତାହରେ ଭାରତରେ ଆକ୍ସନ୍ ଫିଲ୍ମ ପାଇଁ ଆଡଭାନ୍ସ ବୁକିଂ ଖୋଲା ଯାଇଥିଲା ଏବଂ ତା’ପରେ କିଛି ପ୍ରେକ୍ଷାଳୟରେ ଟିକେଟ୍ ବିକ୍ରି ୨.୪ ଲକ୍ଷ ପର୍ଯ୍ୟନ୍ତ ଯାଇଥିଲା। କିନ୍ତୁ ନୂଆ ତଥ୍ୟ ଅନୁଯାୟୀ ‘ଜବାନ’ର ଉଦ୍ଘାଟନୀ ଦିନରେ ୫ ଲକ୍ଷରୁ ଅଧିକ ଟିକେଟ୍ ବିକ୍ରି ହୋଇସାରିଛି।
ଲୋକମାନେ ଯେଉଁଭଳି ଭାବେ ଆଗୁଆ ବୁକିଂ କରୁଛନ୍ତି, ଏଥିରୁ ଲାଗୁଛି ‘ଜବାନ’ ବକ୍ସ ଅଫିସରେ ବହୁତ ଭଲ ପ୍ରଦର୍ଶନ କରିବ। ଶାହରୁଖ ଏବେ ତାଙ୍କ ବ୍ଲକବଷ୍ଟର ସ୍ପାଇ ଚଳଚ୍ଚିତ୍ର ‘ପଠାନ’ ଭଳି ଲଗାତର ଦ୍ୱିତୀୟ ଥର ପାଇଁ ୧୦୦ କୋଟିରୁ ଖାତା ଖୋଲିବେ ବୋଲି ଆଶା କରାଯାଉଛି। କୁହାଯାଉଛି ଯେ ‘ଜବାନ’ ଶାହରୁଖଙ୍କ ପାଇଁ ଆଉ ଚଳିତ ବର୍ଷର ଆଉ ଏକ ୧୦୦୦ କୋଟି ଟଙ୍କା ରୋଜଗାର କରିବାର ଫିଲ୍ମ ହୋଇପାରିବ