LevLiveOdiaLevLiveOdiaLevLiveOdia
  • Home
  • ରାଜ୍ୟ
  • ରାଜନୀତି
  • ମନୋରଞ୍ଜନ
  • ବାଣିଜ୍ୟ
  • ଅପରାଧ
  • ବିଶେଷ
  • ଦେଶ-ବିଦେଶ
  • ଖେଳ
  • ଜୀବନଚର୍ଯ୍ୟା
Reading: IPL-2023ରେ ଆଉ ଖେଳିବେନି କି ରୋହିତ ଶର୍ମା !
Share
Notification Show More
Font ResizerAa
Font ResizerAa
LevLiveOdiaLevLiveOdia
  • Home
  • ରାଜ୍ୟ
  • ରାଜନୀତି
  • ମନୋରଞ୍ଜନ
  • ବାଣିଜ୍ୟ
  • ଅପରାଧ
  • ବିଶେଷ
  • ଦେଶ-ବିଦେଶ
  • ଖେଳ
  • ଜୀବନଚର୍ଯ୍ୟା
Follow US
ଖେଳ

IPL-2023ରେ ଆଉ ଖେଳିବେନି କି ରୋହିତ ଶର୍ମା !

ପ୍ଲେଅଫ୍ ପୂର୍ବରୁ ମୁମ୍ବାଇକୁ ଲାଗିପାରେ ଝଟକା

Levlive Odia
Last updated: May 7, 2023 11:01 am
Levlive Odia
2 years ago
Share
SHARE

ନୂଆଦିଲ୍ଲୀ: ଆଇପିଏଲ-୨୦୩ରେ ପୁଣିଥରେ ନିଜ ଟ୍ରାକକୁ ଫେରିଛି ମୁମ୍ବାଇ ଇଣ୍ଡିଆନ୍ସ । ପ୍ରଥମ ପର୍ଯ୍ୟାୟରେ ବିଫଳ ହେଉଥିବା ଦଳ ବର୍ତ୍ତମାନ ବିଜୟ ଦିଗରେ ବଢି ଚାଲିଛି । କିନ୍ତୁ ଦଳ ପାଇଁ ସବୁଠୁ ବଡ ସମସ୍ୟା ପାଲଟିଛି ଅଧିନାୟକ ରୋହିତ ଶର୍ମାଙ୍କ ଫର୍ମ । ଖରାପ ଫର୍ମ ଯୋଗୁଁ ଲଗାତାର ଫ୍ଲପ ହେଉଛନ୍ତି ହିଟମ୍ୟାନ୍ । ତେଣୁ ଏବେ କଥା ଉଠିଛି ଯେ, ରୋହିତ ବର୍ତ୍ତମାନ ଆଇପିଏଲରୁ ଓହରି ଯାଇ ପାରନ୍ତି । ଭାରତର ପୂର୍ବତନ କ୍ରିକେଟର ସୁନୀଲ ଗାଭାସ୍କର ରୋହିତଙ୍କୁ ଏ ନେଇ ପରାମର୍ଶ ଦେଇଛନ୍ତି ।ଆସନ୍ତା ମାସରେ ଭାରତ ବିଶ୍ୱ ଟେଷ୍ଟ ଚମ୍ପିଆନସିପର ଫାଇନାଲ ମ୍ୟାଚ ଖେଳିବାକୁ ଯାଉଛି । ଏଥିପାଇଁ ଅଧିନାୟକ ରୋହିତ ଶର୍ମାଙ୍କୁ ନିଜ ଫର୍ମ ପାଇଁ ଖୁବ କସରତ କରିବାକୁ ପଡିବ । ତେଣୁ ଆଇପିଏଲରୁ ବ୍ରେକ ନେଇ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରସ୍ତୁତ ହେବା ଉଚିତ ବୋଲି କହିଛନ୍ତି ପୂର୍ବତନ ଖେଳାଳି ସୁନୀଲ ଗାଭାସ୍କର । ଗାଭାସ୍କର କହିଛନ୍ତି ଯେ, ଟି-୨୦ ଲିଗ ରେ ଲଗାତାର ଫ୍ଲପ୍ ହେବା ଦ୍ୱାରା ରୋହିତଙ୍କର ଆତ୍ମବିଶ୍ୱାସ କମ୍ ହୋଇ ଯାଇଥିବ । ତେଣୁ ମୁଁ ଚାହିଁବି କି ରୋହିତ ଆଇପିଏଲରୁ ବ୍ରେକ ନେଇ ବିଶ୍ୱ ଟେଷ୍ଟ ଚମ୍ପିଆନସିପର ଫାଇନାଲ ପାଇଁ ନିଜକୁ ପ୍ରସ୍ତୁତ କରିବା ଆବଶ୍ୟକ । ତେବେ ସେ ଶେଷ ପର୍ଯ୍ୟାୟରେ ପୁଣିଥରେ କମବ୍ୟାକ କରିପାରନ୍ତି, କିନ୍ତୁ ବର୍ତ୍ତମାନ ସେ ନିଜ ଫର୍ମକୁ ଫେରାଇବାର ଭରପୂର ଚେଷ୍ଟା କରିବା ଆବଶ୍ୟକ । ତେବେ ରୋହିତ ଯଦି ଆଗକୁ ମଧ୍ୟ ଏହିଭଳି ଫର୍ମ ଦେଇ ଗତି କରନ୍ତି, ତେବେ ଭାରତ ପାଇଁ ବିଶ୍ୱ ଟେଷ୍ଟ ଚମ୍ପିଆନସିପ ଫାଇନାଲ ମ୍ୟାଚରେ ମଧ୍ୟ ବଡ ବିପଦ ହୋଇପାରେ ।

You Might Also Like

ପୁଣି ବ୍ୟାନ୍ ହେଲା ୩ଟି ବିପଦପୂର୍ଣ୍ଣ ଗେମ୍

ଇତିହାସ ରଚିଲା ଯଶସ୍ୱୀ ଓ ରାହୁଲଙ୍କ ପାର୍ଟନରଶିପ

ଭାରତ ଛାଡ଼ି ଲଣ୍ଡନରେ ବସବାସ କରିବେ ବିରାଟ-ଅନୁଷ୍କା !

ନୂଆ କ୍ରିକେଟ ଷ୍ଟାଡିୟମର ଭିତ୍ତି ପ୍ରସ୍ତର ସ୍ଥାପନ କଲେ ମୋଦୀ

ଜୁନରୁ ବଦଳିବ Team Indiaର ଜର୍ସି

TAGGED:rohit sharma
Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Follow US

Find US on Social Medias
FacebookLike
XFollow
YoutubeSubscribe
TelegramFollow

Weekly Newsletter

Subscribe to our newsletter to get our newest articles instantly!
[mc4wp_form]
Popular News
ରାଜ୍ୟ

ଚିଲିକା ମଝିରେ ଫସିଲା ଡ଼ଙ୍ଗା

Levlive Odia
Levlive Odia
1 year ago
ସାମ୍ବାଦିକଙ୍କ ପାଇଁ ମୋଦିଙ୍କ ଚିନ୍ତା
ନାବାଳିକା ଉପରେ ଚଢ଼ିଗଲା ମୋ ବସ୍, ପ୍ରତିବାଦରେ ସ୍ଥାନୀୟ ଲୋକଙ୍କ ରାସ୍ତାରୋକ
ଠିକାଦାରଙ୍କ ଟଙ୍କାରେ ହେବ ନୂଆ ବ୍ରିଜ୍‌ ନିର୍ମାଣ
ଉଦୟପୁରରେ ପହଞ୍ଚିଲେ ରାଘବ ଓ ପରିଣୀତି: ୨୪ ରେ ବିବାହ
- Advertisement -
Ad imageAd image
Global Coronavirus Cases

Confirmed

0

Death

0

More Information:Covid-19 Statistics

About US

LevLiveOdia
Lev Live Odia serves multiple purposes, from keeping people informed about the latest news and events to providing a platform for discussion and debate on important issues.
Quick Link
  • Aadhaar Online Services
  • Odisha Electric Vehicle Subsidy Apply
  • Odisha Police Portal
  • Odisha Emergency Numbers
  • Train Ticket Online
Top Categories
  • ରାଜ୍ୟ
  • ରାଜନୀତି
  • ବାଣିଜ୍ୟ
  • ଅପରାଧ
  • ଜୀବନଚର୍ଯ୍ୟା
  • ମନୋରଞ୍ଜନ

Subscribe US

Subscribe to our newsletter to get our newest articles instantly!

[mc4wp_form]
© Copyright 2023 LEV Live Odia. All right reserved.
Designed by Web Odisha