LevLiveOdiaLevLiveOdiaLevLiveOdia
  • Home
  • ରାଜ୍ୟ
  • ରାଜନୀତି
  • ମନୋରଞ୍ଜନ
  • ବାଣିଜ୍ୟ
  • ଅପରାଧ
  • ବିଶେଷ
  • ଦେଶ-ବିଦେଶ
  • ଖେଳ
  • ଜୀବନଚର୍ଯ୍ୟା
Reading: ଫେବୃଆରୀରୁ ପ୍ରକୋପ ଦେଖାଇ, ସତର୍କ କଲାଣି ତାତି
Share
Notification Show More
Font ResizerAa
Font ResizerAa
LevLiveOdiaLevLiveOdia
  • Home
  • ରାଜ୍ୟ
  • ରାଜନୀତି
  • ମନୋରଞ୍ଜନ
  • ବାଣିଜ୍ୟ
  • ଅପରାଧ
  • ବିଶେଷ
  • ଦେଶ-ବିଦେଶ
  • ଖେଳ
  • ଜୀବନଚର୍ଯ୍ୟା
Follow US
ରାଜ୍ୟ

ଫେବୃଆରୀରୁ ପ୍ରକୋପ ଦେଖାଇ, ସତର୍କ କଲାଣି ତାତି

Levlive Odia
Last updated: February 20, 2024 6:41 pm
Levlive Odia
1 year ago
Share
SHARE

ମାଘରେ ବାଘ ପରି ଖରା ଦେଖି ଲୋକେ ଅସ୍ତବ୍ୟସ୍ତ । ମେଘମୁକ୍ତ ଆକାଶ ସହ ଶୁଖିଲା ପାଗ ବଢ଼ାଇଛି ଦିନର ପାରଦ । ଗୁରୁଚାପବଳୟର ସକ୍ରିୟତା ବୃଦ୍ଧି ପ୍ରଭାବରେ ରାଜ୍ୟ ମଧ୍ୟକୁ ବଙ୍ଗୋପସାଗର ଅଞ୍ଚଳରୁ କ୍ରମାଗତ ଭାବେ ଜଳୀୟବାଷ୍ପପୂର୍ଣ୍ଣ ଉଷ୍ମବାୟୁ ପ୍ରବେଶ କରୁଛି । ଏଥିପାଇଁ ଆଗାମୀ ୩ଦିନ ପର୍ଯ୍ୟନ୍ତ ଆହୁରି ବଢ଼ିବ ତାତି । ସ୍ୱାଭାବିକ ଠାରୁ ୨ରୁ ୩ଂ ପର୍ଯ୍ୟନ୍ତ ବଢ଼ିବ। ଉପକୂଳ ଓଡ଼ିଶା ଅପେକ୍ଷା ଆଭ୍ୟନ୍ତରୀଣ ଓଡ଼ିଶାରେ ଅଧିକ ଅନୁଭୂତ ହେବ ତାତି । ରବିବାର ରାଜ୍ୟର ୪ ଜିଲ୍ଲାର ତାପମାତ୍ରା ୩୫ଂ ଛୁଇଁଥିବା ବେଳେ ସୋମବାର ଦୁଇଟି ସ୍ଥାନର ତାପମାତ୍ରା ୩୬ଂ ଟପିଯାଇଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଚଳିତବର୍ଷ ପ୍ରଥମ ଥର ପାଇଁ ୩୬ଂ ଅତିକ୍ରମ କରିଛି ଦିନ ତାପମାତ୍ରା । ଭବାନୀପାଟଣା ଏବଂ ଟିଟିଲାଗଡ଼ରେ ସର୍ବୋଚ୍ଚ ତାପମାତ୍ରା ୩୬.୫ଂ ରେକର୍ଡ କରାଯାଇଛି।

ଏଥି ସହିତ ୫ଟି ସହରର ତାପମାତ୍ରା ୩୫ ଡିଗ୍ରୀ କିମ୍ବା ତାଠାରୁ ଅଧିକ ରହିଛି । ବଲାଙ୍ଗିରରେ ୩୫.୯ଂ, ବୌଦ୍ଧରେ ୩୫.୫ଂ, ଝାରସୁଗୁଡା ୩୫.୪ଂ ରେକର୍ଡ ହୋଇଥିବା ବେଳେ ଭୁବନେଶ୍ୱରରେ ୩୪.୪, ପାରଳାଖେମୁଣ୍ଡି ଏବଂ ସୋନପୁରରେ ୩୪.୮, ସମ୍ବଲପୁର, ହୀରାକୁଦ ଓ ମାଲକାନଗିରିରେ ୩୪.୭, ନୟାଗଡ଼ରେ ୩୪.୫, ରାୟଗଡ଼ାରେ ୩୪.୨ ଏବଂ ଅନୁଗୁଳରେ ୩୪.୧ଂ ତାପମାତ୍ରା ରେକର୍ଡ ହୋଇଛି । ଅନ୍ୟପକ୍ଷରେ ପାଣିପାଗ କେନ୍ଦ୍ର ପକ୍ଷରୁ ଆହୁରି କୁହାଯାଇଛି, ରାତି ତାପମାତ୍ରା ଅଧିକ ରହୁଥିଲେ ହେଁ ଭୋର୍ ସମୟରେ ଘନକୁହୁଡ଼ି ରହିବ । ଏହି ସମୟରେ ଦୃଶ୍ୟମାନ ଦୂରତା ୫୦ ମିଟରରୁ ୨୦୦ ମିଟର ମଧ୍ୟରେ ସୀମିତ ରହୁଥିବାରୁ ଜାତୀୟ ରାଜପଥରେ ଯାତାୟାତ କରୁଥିବା ଯାନବାହାନଗୁଡ଼ିକ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ।

You Might Also Like

ଆଜି ବଜେଟ୍ ଅଧିବେଶନ: ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତି ଅଭିଭାଷଣ

ଆକ୍ସନ୍ ମୋଡ଼ରେ ଅବକାରୀ କମିଶନର

ଜଳୁଛି ଓଡ଼ିଶା

ରାତି ପାହିଲେ ସ୍ନାନ ପୂର୍ଣ୍ଣିମା

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମୋହନ ମାଝୀ

Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Follow US

Find US on Social Medias
FacebookLike
XFollow
YoutubeSubscribe
TelegramFollow

Weekly Newsletter

Subscribe to our newsletter to get our newest articles instantly!
[mc4wp_form]
Popular News
ରାଜ୍ୟ

୪ରେ ଆୟୁର୍ବେଦ କଲେଜ ହୀରକ ଜୟନ୍ତୀ: ମୁଖ୍ୟ ଅତିଥି ଭାବେ ଯୋଗଦବେ ରାଷ୍ଟ୍ରପତି

Levlive Odia
Levlive Odia
8 months ago
ଆନ୍ଦୋଳନରେ ପ୍ରାଣୀ ଚିକିତ୍ସକ ;୨୨ ଦିନରେ ପହଞ୍ଚିଲା ଧର୍ମଘଟ
ଜାଣନ୍ତୁ ସାବିତ୍ରୀ ବ୍ରତରେ ବ୍ୟବହାର କରାଯାଉଥିବା ଜିନିଷ ଏବଂ ତାର ମାହାତ୍ମ୍ୟ
ଘୁନଘୁଟିପଡ଼ା ବାସିଙ୍କ ପାଖରେ ବବି
ବିଶ୍ବକପ୍ ପାଇଁ ପାକିସ୍ତାନର ନୂଆ ସର୍ତ୍ତ
- Advertisement -
Ad imageAd image
Global Coronavirus Cases

Confirmed

0

Death

0

More Information:Covid-19 Statistics

About US

LevLiveOdia
Lev Live Odia serves multiple purposes, from keeping people informed about the latest news and events to providing a platform for discussion and debate on important issues.
Quick Link
  • Aadhaar Online Services
  • Odisha Electric Vehicle Subsidy Apply
  • Odisha Police Portal
  • Odisha Emergency Numbers
  • Train Ticket Online
Top Categories
  • ରାଜ୍ୟ
  • ରାଜନୀତି
  • ବାଣିଜ୍ୟ
  • ଅପରାଧ
  • ଜୀବନଚର୍ଯ୍ୟା
  • ମନୋରଞ୍ଜନ

Subscribe US

Subscribe to our newsletter to get our newest articles instantly!

[mc4wp_form]
© Copyright 2023 LEV Live Odia. All right reserved.
Designed by Web Odisha