ଅହମ୍ମଦାବାଦ: ଅହମ୍ମଦାବାଦରେ ଚାଲିଥିବା ଭାରତ-ଇଂଲଣ୍ଡ ଅନ୍ତିମ ଦିନିକିଆରେ ଭାରତ ଭ୍ରମଣକାରୀ ଇଂଲଣ୍ଡ ଦଳକୁ ୩୫୭ ରନର ବିଜୟ ଲକ୍ଷ୍ୟ ଦେଇଛି। ଟିମ ଇଣ୍ଡିଆ ଟସ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ସମସ୍ତ ଉଇକେଟ ହରାଇ ୩୫୬ ରନ ସଂଗ୍ରହ କରିଛି। ଶୁବମନ ଗିଲଙ୍କ ଶତକ, ବିରାଟ କୋହଲି ଓ ଶ୍ରେୟସ ଆୟରଙ୍କ ଅର୍ଦ୍ଧଶତକ ବଳରେ ଦଳ ଏହି ସ୍କୋର କରିବାରେ ସକ୍ଷମ ହୋଇଛି।