LevLiveOdiaLevLiveOdiaLevLiveOdia
  • Home
  • ରାଜ୍ୟ
  • ରାଜନୀତି
  • ମନୋରଞ୍ଜନ
  • ବାଣିଜ୍ୟ
  • ଅପରାଧ
  • ବିଶେଷ
  • ଦେଶ-ବିଦେଶ
  • ଖେଳ
  • ଜୀବନଚର୍ଯ୍ୟା
Reading: ଦିନ ଦ୍ବିପ୍ରହରରେ ଘରେ ପଶି ଯୁବକଙ୍କୁ ଗୁଳି ମାରିଲେ ଦୁଇ ଦୁର୍ବୃତ୍ତ, ଯୁବକ ଗୁରୁତର
Share
Notification Show More
Font ResizerAa
Font ResizerAa
LevLiveOdiaLevLiveOdia
  • Home
  • ରାଜ୍ୟ
  • ରାଜନୀତି
  • ମନୋରଞ୍ଜନ
  • ବାଣିଜ୍ୟ
  • ଅପରାଧ
  • ବିଶେଷ
  • ଦେଶ-ବିଦେଶ
  • ଖେଳ
  • ଜୀବନଚର୍ଯ୍ୟା
Follow US
ରାଜ୍ୟ

ଦିନ ଦ୍ବିପ୍ରହରରେ ଘରେ ପଶି ଯୁବକଙ୍କୁ ଗୁଳି ମାରିଲେ ଦୁଇ ଦୁର୍ବୃତ୍ତ, ଯୁବକ ଗୁରୁତର

Levlive Odia
Last updated: September 6, 2024 5:41 pm
Levlive Odia
10 months ago
Share
SHARE

ଦିନ ଦ୍ବିପ୍ରହରରେ ଫୁଟିଲା ଗୁଳି । ଝାରସୁଗୁଡା ସହରରେ ଘରେ ପଶି ଯୁବକଙ୍କୁ ଗୁଳି ମାରି ଦୁଇ ଦୁର୍ବୃତ୍ତ ଫେରାର । ଝାରସୁଗୁଡ଼ା ଥାନା ଶାନ୍ତିନଗର ଅଞ୍ଚଳରେ ଆଜି ଅପରାହ୍‌ଣରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୁଳିମାଡ଼ ହୋଇଛି। ଏହି ଘଟଣାରେ‌ ଉକ୍ତ ଅଞ୍ଚଳର ‌ଜନୈକ ବ୍ୟବସାୟୀ ରାକେଶ ଓରାମ (୩୦) ଗୁରୁତର ହୋଇଛନ୍ତି। ରାକେଶଙ୍କୁ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ, ତାଙ୍କର ଅବସ୍ଥା ସ୍ଥିର ରହିଥିବା ଜଣାପ୍ଡ଼ିଛି। ଗୁଳିଟି ରାକେଶଙ୍କ କାନ୍ଧରେ ବାଜି ବାହାରି ଯାଇଥିବା ସୂଚନା ମିଳିଛି। ସୂଚନା ପାଇ ଝାରସୁଗୁଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ ଆରମ୍ଭ କରିଛି।

ସୂଚନାଯୋଗ୍ୟ ଯେ, ରାକେଶ ଓ ସେହି ଅଞ୍ଚଳରେ ରହୁଥିବା ରାଜୁ ନାମକ ଜଣେ ଯୁବକଙ୍କ ମଧ୍ୟରେ ପୂର୍ବରୁ କୌଣସି କାରଣକୁ ନେଇ ବିବାଦ ରହିଥିଲା। ଆଜି ଦିନ ପ୍ରାୟ ୩ଟା ସମୟରେ ରାକେଶ ଘରେ ଥିବା ବେଳେ ରାଜୁ ସେଠାରେ ପହଞ୍ଚି ଗଣ୍ଡଗୋଳ ଆରମ୍ଭ କରିଥିଲା। ରାକେଶ ଓ ତାଙ୍କ ପରିବାର ଲୋକେ ଏହାର ବିରୋଧ କରିବାରୁ ରାଜୁ ସାଙ୍ଗରେ ଧରିଥିବା ବନ୍ଧୁକରୁ ଗୁଳି ଚାଳନା କରିଥିଲା। ଗୁଳିମାଡ଼ର ଶିକାର ହେଲା ପରେ ରାକେଶ ତଳେ ପଡ଼ି ଯାଇଥିଲେ। ପୁଲିସ ପହଞ୍ଚିଲା ପରେ ରାକେଶଙ୍କ ଚିକିତ୍ସା ପାଇଁ ଡାକ୍ତରଖାନାକୁ ନିଆଯାଇଥିଲା।

You Might Also Like

ସାବାଡ଼ ହେବେ ଅମାନିଆ ଗାଡି ଚାଳକ: ବାକିଥିବା ଟ୍ରାଫିକ ଇ-ଚାଲାଣ ନଭରିଲେ ରଦ୍ଦ ହେବ ଲାଇସେନ୍ସ

ପଳାଶୁଣି ଛକରେ ମର୍ମନ୍ତୁଦ ଦୁର୍ଘଟଣା: ରାସ୍ତା ପାର୍‌ ହୋଉଥିବାବେଳେ ମହିଳାଙ୍କ ଉପରେ ଚଢିଗଲା ଟ୍ରକ୍‌

ଉତ୍ତର ଓଡ଼ିଶାରେ ରେଡ ଆଲର୍ଟ ଜାରି

କଂଗ୍ରେସ ଘୋଷଣା କଲା ଆଉ ୪ ପ୍ରାର୍ଥୀ ଙ୍କ ନାଁ

ଆକ୍ସନ ମୋଡରେ ଉଚ୍ଚଶିକ୍ଷା ବିଭାଗ

Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Follow US

Find US on Social Medias
FacebookLike
XFollow
YoutubeSubscribe
TelegramFollow

Weekly Newsletter

Subscribe to our newsletter to get our newest articles instantly!
[mc4wp_form]
Popular News
ରାଜ୍ୟ

ଜୁଲାଇ ୮ରୁ ଆରମ୍ଭ ହୋଇପାରେ ରତ୍ନଭଣ୍ଡାର ଗଣତି

Levlive Odia
Levlive Odia
1 year ago
ମଦୁଆ ଙ୍କ ଉନ୍ନକ୍ତ କାଣ୍ଡ
ସାମ୍ନାକୁ ଆସିଲା ‘ହୀରାମଣ୍ଡି’ର ପ୍ରଥମ ଲୁକ୍
୩୨ ବର୍ଷ ପରେ ଏକାଠି ଅଭିନୟ କରିବେ ବଚ୍ଚନ ଓ ରଜନୀକାନ୍ତ
କ୍ରିସମସ୍ ଟ୍ରି ଏବଂ ରଙ୍ଗୀନ ଆଲୋକ ମାଳାରେ ଝଲସୁଛି ଚର୍ଚ୍ଚ
- Advertisement -
Ad imageAd image
Global Coronavirus Cases

Confirmed

0

Death

0

More Information:Covid-19 Statistics

About US

LevLiveOdia
Lev Live Odia serves multiple purposes, from keeping people informed about the latest news and events to providing a platform for discussion and debate on important issues.
Quick Link
  • Aadhaar Online Services
  • Odisha Electric Vehicle Subsidy Apply
  • Odisha Police Portal
  • Odisha Emergency Numbers
  • Train Ticket Online
Top Categories
  • ରାଜ୍ୟ
  • ରାଜନୀତି
  • ବାଣିଜ୍ୟ
  • ଅପରାଧ
  • ଜୀବନଚର୍ଯ୍ୟା
  • ମନୋରଞ୍ଜନ

Subscribe US

Subscribe to our newsletter to get our newest articles instantly!

[mc4wp_form]
© Copyright 2023 LEV Live Odia. All right reserved.
Designed by Web Odisha