LevLiveOdiaLevLiveOdiaLevLiveOdia
  • Home
  • ରାଜ୍ୟ
  • ରାଜନୀତି
  • ମନୋରଞ୍ଜନ
  • ବାଣିଜ୍ୟ
  • ଅପରାଧ
  • ବିଶେଷ
  • ଦେଶ-ବିଦେଶ
  • ଖେଳ
  • ଜୀବନଚର୍ଯ୍ୟା
Reading: ବିଶ୍ୱରେ ସବୁଠୁ ସୁଖୀ ଦେଶ ହେଉଛି ଫିନଲ୍ୟାଣ୍ଡ୍, ୧୧୮ତମ ସ୍ଥାନରେ ରହିଛି ଭାରତ
Share
Notification Show More
Font ResizerAa
Font ResizerAa
LevLiveOdiaLevLiveOdia
  • Home
  • ରାଜ୍ୟ
  • ରାଜନୀତି
  • ମନୋରଞ୍ଜନ
  • ବାଣିଜ୍ୟ
  • ଅପରାଧ
  • ବିଶେଷ
  • ଦେଶ-ବିଦେଶ
  • ଖେଳ
  • ଜୀବନଚର୍ଯ୍ୟା
Follow US
ଦେଶ-ବିଦେଶ

ବିଶ୍ୱରେ ସବୁଠୁ ସୁଖୀ ଦେଶ ହେଉଛି ଫିନଲ୍ୟାଣ୍ଡ୍, ୧୧୮ତମ ସ୍ଥାନରେ ରହିଛି ଭାରତ

Levlive Odia
Last updated: March 21, 2025 1:21 pm
Levlive Odia
4 months ago
Share
SHARE

ନୂଆଦିଲ୍ଲୀ: ଫିନଲ୍ୟାଣ୍ଡ୍ ବିଶ୍ୱର ସବୁଠୁ ସୁଖୀ ଦେଶ । ଜାତିସଂଘର ଅନ୍ତର୍ଜାତୀୟ ସୁଖୀ ଦିବସରେ ପ୍ରକାଶିତ ବିଶ୍ୱ ସୁଖୀ ତାଲିକାରୁ ଏହା ଜଣାଯାଇଛି। ଏହି ରାଙ୍କିଙ୍ଗ‌ରେ ଭାରତ ୧୧୮ତମ ସ୍ଥାନରେ ରହିଛି । ବିଶ୍ବର ୧୪୭ ରାଷ୍ଟ୍ରର ଲୋକଙ୍କ ସୁଖ ଓ ସ୍ବାଛନ୍ଦକୁ ନେଇ ‘ୱାର୍ଲଡ ହାପିନେସ୍‌ ରିପୋର୍ଟ-୨୦୨୫’ ଆଜି ପ୍ରକାଶ ପାଇଛି । ଏହି ରିପୋର୍ଟରେ ଭାରତର ସ୍ଥାନ ବହୁତ ତଳେ ରହିଛି । ଏପରିକି ପାକିସ୍ତାନ ଏବଂ ନେପାଳ ଭଳି ଅତି କ୍ଷୁଦ୍ର ରାଷ୍ଟ୍ର ତୁଳନାରେ ମଧ୍ୟ ଭାରତର ସ୍ଥାନ ବହୁ ପଛରେ ରହିଛି । ତାଲିକାରେ ଫିନଲାଣ୍ଡ ଶୀର୍ଷ ସ୍ଥାନ ବଜାୟ ରଖିଥିବା ବେଳେ ଆଫଗାନିସ୍ତାନ ସବୁଠାରୁ ଶେଷରେ ରହିଛି ।

ଅକ୍ସଫୋର୍ଡ ୟୁନିଭର୍ସିଟିର ୱେଲବିଙ୍ଗ୍‌ ରିସର୍ଚ୍ଚ ସେଣ୍ଟର ଏବଂ ଜାତିସଂଘର ଏକ ସହଯୋଗୀ ସଂସ୍ଥା ଗଲଅପ୍‌ର ମିଳିତ ସହଯୋଗରେ ଗୋଟିଏ ରାଷ୍ଟ୍ରର ଲୋକଙ୍କ ଆଚରଣ ଓ ବ୍ୟବହାରକୁ ଆଧାର କରି ଏହି ରିପୋର୍ଟ ପ୍ରସ୍ତୁତ କରାଯାଉଛି । ୧୪୭ଟି ରାଷ୍ଟ୍ରଙ୍କୁ ନେଇ ପ୍ରସ୍ତୁତ ହେଉଥିବା ଏହି ତାଲିକାରେ ଭାରତର ସ୍ଥାନ ୧୧୮ ରହିଛି । ବିଶ୍ବର ସବୁଠୁ ସୁଖୀ ରାଷ୍ଟ୍ର ଭାବେ ଫିନଲାଣ୍ଡ ପୂର୍ବ ଭଳି ଏହି ତାଲିକାରେ ପ୍ରଥମ ସ୍ଥାନରେ ରହିବା ସହିତ ଏହାପଛକୁ ଡେନମାର୍କ ଦ୍ବିତୀୟ ଏବଂ ଆଇସଲାଣ୍ଡ ତୃତୀୟ ସ୍ଥାନରେ ରହିଛନ୍ତି । କେଉଁ ରାଷ୍ଟ୍ରର ଲୋକମାନେ କେତେ ଖୁସି ତାହା ସାମାଜିକ ସହାୟତା, ମୁଣ୍ଡ ପିଛା ଆୟ, ସ୍ବାସ୍ଥ୍ୟ ଏବଂ ଜୀବନ ଧାରଣ ବୟସ, ସ୍ବାଧୀନତା, ଉଦାରତା ଏବଂ ଦୁର୍ନୀତି ଭଳି ମୁଖ୍ୟତଃ ୬ଟି ଦିଗ ବିଚାରକୁ ନେଇ ନିର୍ଦ୍ଧାରଣ କରାଯାଇଥାଏ ।

୨୦୧୨ରୁ ଆରମ୍ଭ ହୋଇଥିଲା ଏଭଳି ତାଲିକା ପ୍ରସ୍ତୁତି । ପ୍ରତ୍ୟେକ ଦେଶରୁ ଏକ ହଜାର ଲୋକଙ୍କ ମତାମତ ନେଇ ଏହି ତାଲିକା ପ୍ରସ୍ତୁତ କରାଯାଏ । ୨୦୧୨ ରିପୋର୍ଟରେ ଭାରତର ସ୍ଥାନ ୧୧୪ରେ ରହିଥିଲା ବେଳେ ୨୦୨୨ରେ ସ୍ଥିତିରେ ଉନ୍ନତି ଘଟି ଭାରତର ସ୍ଥାନ ୯୪ରେ ପହଂଚିଥିଲା । କିନ୍ତୁ ଚଳିତ ବର୍ଷ ରିପୋର୍ଟରେ ଭାରତର ସ୍ଥିତିରେ ଅବନତି ଘଟି ୧୧୮ରେ ପହଞ୍ଚିଛି । ଅବଶ୍ୟ ଗତବର୍ଷ ଭାରତର ସ୍ଥାନ ୧୨୪ରେ ଥିଲା ବେଳେ ଏଥର ସାମାନ୍ୟ ସୁଧାର ଆସିଛି । କିନ୍ତୁ ଭାରତର ପଡ଼ୋଶୀ ରାଷ୍ଟ୍ର ପାକିସ୍ତାନର ସ୍ଥାନ ଏହି ତାଲିକାରେ ୧୦୯ ରହିଥିଲା ବେଳେ ଶ୍ରୀଲଙ୍କା ୧୩୩, ବାଂଲାଦେଶ ୧୩୪, ନେପାଳ ୯୨ ଏବଂ ଚୀନ୍‌ର ସ୍ଥାନ ୬୮ ରହିଛି। ଅର୍ଥାତ୍‌ ପାକିସ୍ତାନ ଏବଂ ନେପାଳ ଲୋକଙ୍କ ଖୁସି ଠାରୁ ଭାରତୀୟମାନଙ୍କ ଖୁସି କମ୍‌ ରହିଛି।

You Might Also Like

ୟୁକ୍ରେନ ସହ ଯୁଦ୍ଧ ବନ୍ଦ ପାଇଁ ପୁଟିନଙ୍କୁ ଟ୍ରମ୍ପଙ୍କ ପରାମର୍ଶ

ବଢ଼ିଲା ମନରେଗା ମଜୁରୀ

ରାଜସ୍ଥାନ ଆଜମେରରେ ଟ୍ରେନ ଦୁର୍ଘଟଣା

ଗହଣା ଦୋକୀନଙ୍କ ଘରୁ ୭ କୋଟିରୁ ଉର୍ଦ୍ଧ ଟଙ୍କା ଜବତ

ମୁମ୍ବାଇ ଉପକୂଳରେ ବୁଡ଼ିଲା ବୋଟ୍: ୪୦ ନିଖୋଜ

Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Follow US

Find US on Social Medias
FacebookLike
XFollow
YoutubeSubscribe
TelegramFollow

Weekly Newsletter

Subscribe to our newsletter to get our newest articles instantly!
[mc4wp_form]
Popular News
ରାଜନୀତି

ଅଭିନଵ ଉପାୟରେ ଭୋଟରଙ୍କୁ ସଚେତନ କରିବା କାର୍ଯ୍ୟକ୍ରମ

Levlive Odia
Levlive Odia
1 year ago
‘ଫୋବ୍‌ସ୍‌’ର ସବୁଠୁ କ୍ଷମତାଶାଳୀ ମହିଳା ତାଲିକାରେ ୪ ଭାରତୀୟ
୨୬ ତାରିଖ ସକାଳ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷାଫଳ
୮୮ ବର୍ଷର ରେକର୍ଡ ଭଙ୍ଗ କରିଛି ରାଜଧାନୀ ଦିଲ୍ଲୀ
ଖୁବ୍‌ଶୀଘ୍ର ଟ୍ୱିଟର CEO ପଦ ଛାଡ଼ିବେ ଏଲନ ମସ୍କ, ପଦ ସମ୍ଭାଳିବେ ଜଣେ ମହିଳା.
- Advertisement -
Ad imageAd image
Global Coronavirus Cases

Confirmed

0

Death

0

More Information:Covid-19 Statistics

About US

LevLiveOdia
Lev Live Odia serves multiple purposes, from keeping people informed about the latest news and events to providing a platform for discussion and debate on important issues.
Quick Link
  • Aadhaar Online Services
  • Odisha Electric Vehicle Subsidy Apply
  • Odisha Police Portal
  • Odisha Emergency Numbers
  • Train Ticket Online
Top Categories
  • ରାଜ୍ୟ
  • ରାଜନୀତି
  • ବାଣିଜ୍ୟ
  • ଅପରାଧ
  • ଜୀବନଚର୍ଯ୍ୟା
  • ମନୋରଞ୍ଜନ

Subscribe US

Subscribe to our newsletter to get our newest articles instantly!

[mc4wp_form]
© Copyright 2023 LEV Live Odia. All right reserved.
Designed by Web Odisha