LevLiveOdiaLevLiveOdiaLevLiveOdia
  • Home
  • ରାଜ୍ୟ
  • ରାଜନୀତି
  • ମନୋରଞ୍ଜନ
  • ବାଣିଜ୍ୟ
  • ଅପରାଧ
  • ବିଶେଷ
  • ଦେଶ-ବିଦେଶ
  • ଖେଳ
  • ଜୀବନଚର୍ଯ୍ୟା
Reading: ଶ୍ରୀମନ୍ଦିର ବାହାରେ ନକଲି ମହାପ୍ରସାଦ
Share
Notification Show More
Font ResizerAa
Font ResizerAa
LevLiveOdiaLevLiveOdia
  • Home
  • ରାଜ୍ୟ
  • ରାଜନୀତି
  • ମନୋରଞ୍ଜନ
  • ବାଣିଜ୍ୟ
  • ଅପରାଧ
  • ବିଶେଷ
  • ଦେଶ-ବିଦେଶ
  • ଖେଳ
  • ଜୀବନଚର୍ଯ୍ୟା
Follow US
ରାଜ୍ୟ

ଶ୍ରୀମନ୍ଦିର ବାହାରେ ନକଲି ମହାପ୍ରସାଦ

Levlive Odia
Last updated: June 17, 2023 12:33 pm
Levlive Odia
2 years ago
Share
SHARE

ଶ୍ରୀଜଗନ୍ନାଥ ପ୍ରେମୀ ଭକ୍ତଙ୍କ ବିଶ୍ୱାସରେ ବିଷ ଦେଉଛନ୍ତି କିଛି ଅସାଧୁ ବ୍ୟକ୍ତି। ଶ୍ରୀମନ୍ଦିର ବାହାରେ ପ୍ରସ୍ତୁତ ହେଉଛି ନକଲି ମହାପ୍ରସାଦ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦ ବୋଲି କହି ଭକ୍ତଙ୍କୁ ବିକ୍ରି କରାଯାଉଛି। ଲୋକଙ୍କ ମଧ୍ୟରେ ଯେପରି ଅବିଶ୍ୱାସ ନହୁଏ ସେଥିପାଇଁ ଶ୍ରୀମନ୍ଦିରରେ ବ୍ୟବହୃତ ହାଣ୍ଡି କୁଡୁଆ ନକଲି ମହାପ୍ରସାଦରେ ବ୍ୟବହାର କରାଯାଉଛି। ପୁରୀ ସହରର ପାଇକ ସାହିରେ ଶୁକ୍ରବାର ନକଲି ମହାପ୍ରସାଦ ପ୍ରସ୍ତୁତି ଏବଂ ବିକ୍ରୟ ସ୍ଥାନ ଚିହ୍ନଟ କରାଯାଇଛି। ଏକ ଖୋଲା ସ୍ଥାନରେ ତମ୍ବୁ ବନ୍ଧାଯାଇ ଆଲୁମିନିୟମ ଟପ୍‌ରେ ଅନ୍ନ, ଡାଲି, ଡାଲମା, ଖଟା, ଶାଗ, ବେସର, ମହୁର, କାବୁଲି ସୋଲା ଏବଂ ପୋଟଳ ତରକାରୀ ରନ୍ଧା ଯାଉଛି। ହାଣ୍ଡି କୁଡୁଆରେ ତାହାକୁ ଭର୍ତ୍ତି କରାଯାଇ ଭକ୍ତଙ୍କୁ ବିକ୍ରି କରାଯାଉଛି। ବିବାହ, ବ୍ରତ, ଶୁଦ୍ଧିକ୍ରିୟା ପାଇଁ ବିଭିନ୍ନ ଅଞ୍ଚଳରୁ ମହାପ୍ରସାଦ ଯୋଗାଇବା ପାଇଁ ଅଗ୍ରିମ ନେଇ ନକଲି ମହାପ୍ରସାଦ ବିକ୍ରି କରାଯାଉଛି।

 

ପ୍ରାୟ ଏକହଜାର ଲୋକଙ୍କ ପାଇଁ ସାଧା ଅନ୍ନ ଏବଂ ଡାଲମା ପ୍ରସ୍ତୁତ କରି ହାଣ୍ଡି କୁଡୁଆରେ ବାହାରକୁ ପଠାଇବା ପାଇଁ ପ୍ରସ୍ତୁତ ହୋଇ ରହିଥିଲା। ଗଣମାଧ୍ୟମ ପ୍ରତିନିଧିଙ୍କୁ ଦେଖିବା ମାତ୍ରେ ନକଲି ମହାପ୍ରସାଦ ପ୍ରସ୍ତୁତ ଓ ବିକ୍ରୟ କରୁଥିବା ବ୍ୟକ୍ତିମାନେ ଦୌଡ଼ି ପଳାଇଥିଲେ। ନକଲି ମହାପ୍ରସାଦ ପ୍ରସ୍ତୁତି କାର୍ଯ୍ୟରେ ୮ରୁ ୧୦ଜଣ ଲୋକ ସମ୍ପୃକ୍ତ ଥିବା ଜଣାପଡ଼ିଛି। ଦୀର୍ଘଦିନ ଧରି ପୁରୀ ସହରରେ ଭକ୍ତଙ୍କ ବିଶ୍ୱାସରେ ବିଷ ଦେଇ ଏଭଳି ବେଆଇନ କାର୍ଯ୍ୟ ଚାଲିଛି। ଶ୍ରୀମନ୍ଦିର ପ୍ରଶାସନ କିମ୍ବା ପୁଲିସ ଏ ସମ୍ପର୍କରେ ସାମାନ୍ୟତମ ସୁରାକ ପାଇବାରେ ସମର୍ଥ ହୋଇ ନାହାନ୍ତି। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ମହାପ୍ରସାଦ ବିକ୍ରି ନାମରେ କିଛି ବ୍ୟକ୍ତି ଦୀର୍ଘଦିନ ଧରି ଭକ୍ତଙ୍କୁ ଠକି ଚାଲିଛନ୍ତି। ଏହି ରାକେଟରେ କେତେକ ସେବକ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି। ଏହି ଘଟଣା ଲୋକଲୋଚନକୁ ଆସିବା ପରେ ସାଧାରଣରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

You Might Also Like

୧୨ ବାଟାଲିୟନ ସିଆରପିଏଫ କ୍ୟାମ୍ପରେ ରଥଯାତ୍ରା

ଦ୍ଵିତୀୟ ଶ୍ରୀକ୍ଷେତ୍ର ମନ୍ଦିର ଚୂଡ଼ାରୁ ଉଡ଼ିଗଲା ବାନା

ସରିଲା ଶ୍ରାବଣ :କନ୍ଦେଇଲାଣି ପିଆଜ ଦର

ପ୍ରଶାନ୍ତ ଜଗଦେବଙ୍କୁ ୩ ଦିନ ଅନ୍ତରୀଣ ଜାମିନ

ରାଜ୍ୟରେ ଦିନ ୩ଟା ସୁଦ୍ଧା ୪୯.୭୭% ମତଦାନ

Share This Article
Facebook Email Print
Leave a Comment

Leave a Reply Cancel reply

Your email address will not be published. Required fields are marked *

Follow US

Find US on Social Medias
FacebookLike
XFollow
YoutubeSubscribe
TelegramFollow

Weekly Newsletter

Subscribe to our newsletter to get our newest articles instantly!
[mc4wp_form]
Popular News
ରାଜ୍ୟ

ଶ୍ରୀ ମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ରେ ପାଳିତ ହେବ ରାଧାଷ୍ଟମୀ

Swarnnashri Mishra
Swarnnashri Mishra
10 months ago
ଏହି ରାଜ୍ୟରେ ବ୍ୟାନ୍‌ ହେଲା ହୁକା
ରାଜଧାନୀରେ କିଲର କାରର viral ଭିଡ଼ିଓ
୧୦୦ରୁ ଅଧିକ ଟଙ୍କା ବଢ଼ିଲା ବ୍ୟାବସାୟିକ ‘ଏଲ୍‌ପିଜି’
କାମଚଳା ବାଚସ୍ପତି ହେଲେ ସାଂସଦ ଭର୍ତ୍ତୃହରି ମହତାବ
- Advertisement -
Ad imageAd image
Global Coronavirus Cases

Confirmed

0

Death

0

More Information:Covid-19 Statistics

About US

LevLiveOdia
Lev Live Odia serves multiple purposes, from keeping people informed about the latest news and events to providing a platform for discussion and debate on important issues.
Quick Link
  • Aadhaar Online Services
  • Odisha Electric Vehicle Subsidy Apply
  • Odisha Police Portal
  • Odisha Emergency Numbers
  • Train Ticket Online
Top Categories
  • ରାଜ୍ୟ
  • ରାଜନୀତି
  • ବାଣିଜ୍ୟ
  • ଅପରାଧ
  • ଜୀବନଚର୍ଯ୍ୟା
  • ମନୋରଞ୍ଜନ

Subscribe US

Subscribe to our newsletter to get our newest articles instantly!

[mc4wp_form]
© Copyright 2023 LEV Live Odia. All right reserved.
Designed by Web Odisha