ସାଧାରଣ ଭାବେ ବିଭିନ୍ନ ଶୋ’ମାନଙ୍କରେ ନୃତ୍ୟ ବା ସଂଗୀତ ପରିବେଷଣ କରୁଥିବା କଳାକାରଙ୍କ ଠାରୁ ସେଲଫି ନେବା ପାଇଁ ପ୍ରଶଂସକମାନେ ଘେରି ଯାଇଥାନ୍ତି । ଏଭଳି ଭିଡ଼ ଭିତରେ ଅନେକ ସମୟରେ ସେଲିବ୍ରେଟି, କ୍ରିକେଟର ଓ ରାଜନେତାମାନେ ଫଶି ଯାଇଥାନ୍ତି । ଫଳରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଏଭଳି ବ୍ୟକ୍ତିବିଶେଷଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଥାଏ । ତେବେ ଆଜି ଦେଶର ଜଣେ ବଡ଼ କଳାକାରଙ୍କ ସହ ଏପରି କିଛି ଘଟିଛି ।ସୂଚନା ମୁତାବକ, କୋଟି କୋଟି ଫ୍ୟାନ୍ସଙ୍କୁ ନିଜର କଣ୍ଠର ଯାଦୁରେ ପାଗଳ କରିଦେଉଥିବା ବଲିଉଡର ଅନ୍ୟତମ ପ୍ଲେ ବ୍ୟାକ୍ ସିଙ୍ଗର ଅରିଜିତ ସିଂହଙ୍କ ସହ ଜଣେ ଫ୍ୟାନ ଖରାପ ବ୍ୟବହାର କରିଛନ୍ତି । ଏକ କନସର୍ଟ ସମୟରେ ଅରିଜିତଙ୍କ ସହିତ ହାତ ମିଳାଇବାକୁ ଯାଇ ଉକ୍ତ ଫ୍ୟାନ ତାଙ୍କର ହାତକୁ ଜୋରରେ ଝିଙ୍କି ଦେଇଥିଲେ । ଫଳରେ ଅରିଜିତଙ୍କୁ ପ୍ରବଳ ଯନ୍ତ୍ରଣା ଅନୁଭବ ହେବା ସହ ସେ ଏହାର ଦୁଃଖଦ ପ୍ରତିକ୍ରିୟା ଦେଇଛନ୍ତି । ଘଣ୍ଟା ଘଣ୍ଟା ଧରି ଦର୍ଶକଙ୍କୁ ମନୋରଞ୍ଜନ କରୁଥିବା ଜଣେ କଳାକାରଙ୍କ ସହିତ ଏପରି ବ୍ୟବହାର କେତେଦୂର ଗ୍ରହଣୀୟ ବୋଲି ଅରିଜିତ କହିଛନ୍ତି ।
A female audience pulls Arijit's hand during a live concert in #Aurangabad.#ArijitSingh #music #Bollywood #ArijitSinghLive pic.twitter.com/NPSiwyPnbk
— Arijit Singh Fan (@SinghfanArijit) May 8, 2023